ବିଶେଷ
Trending

ଆଇ ଆଇ ଟି ଏଣ୍ଟ୍ରାନ୍ସ ପରୀକ୍ଷାରେ ଚାରି ନମ୍ବର ସ୍ଥାନ ଅଧିକାର କରି ରାଜ୍ୟ ଏବଂ ଜ଼ିଲ୍ଲା ପାଇଁ ଗୌରବ ଆଣିଲେ ସୌଭାଗ୍ୟ

ବାପା, ମା, ଗୁରୁ, ଗୁରୁଜନ ମାନଙ୍କ ଆଶ୍ରିବାଦ ଏବଂ ପାଠପଢା ପ୍ରତି ଦୃଢ଼ ଇଚ୍ଛାଶକ୍ତି ରହିଲେ ଗୋଟିଏ ପରେ ଗୋଟିଏ ସଫଳତା ଶୀର୍ଷରେ ପହଂଚି ହୁଏ | ଏକଥା ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ କାଞ୍ଜିଆକଣ ପଞ୍ଚାୟତ କାମପଡା ଗ୍ରାମର ସୁବ୍ରତ ଲେଙ୍କା ଙ୍କ ପୁଅ ସୌଭାଗ୍ୟ ଲେଙ୍କା | ସୌଭାଗ୍ୟ ପିଲାଟି ଦିନ ରୁ ଭଲ ପାଠ ପଢି ଦିନେ ବୈଜ୍ଞାନିକ ହେବାର ସ୍ବପ୍ନ ଦେଖିଥିଲେ |ହେଲେ ତାହା କିପରି ବାସ୍ତବ ରୂପ ନେବ ସେଥିପ୍ରତି ଅନେକ ଥର ଚିନ୍ତା ପ୍ରକଟ କରିଛନ୍ତି | କାରଣ ପରିବାର ର ଅଭାବ ଅନାଟନ କୁ ଦୃଷ୍ଟି ରେ ଦେଖି ବାପା ସୁବ୍ରତ ବାଙ୍ଗାଲୋର ରେ ଏକ ଘରୋଇ ସଂସ୍ଥାରେ ଫୁଡ ସପ୍ଲାୟର କାର୍ଯ୍ୟ ସମ୍ପାଦନ କରି ଯାହାକିଛି ରୋଜଗାର କରନ୍ତି ସେଥିରେ ପରିବାର ଭରଣ ପୋଷଣ ହୁଏ | ଆର୍ଥିକ ଅନାଟନ ମଧ୍ୟ୍ୟ ରେ ସୌଭାଗ୍ୟ ଦିନେ ବୈଜ୍ଞାନିକ ହେବ ସେ କଥା ଯେ କେହି ଶୁଣୁଥିଲା ତାହା ପରିହାସ ରେ ଉଡାଇଦେଉଥିଲା |କିନ୍ତୁ ସୌଭାଗ୍ୟ ର ଦୃଢ଼ ମନୋବଳ ଏବଂ ଗୁରୁ, ଗୁରୁଜନ ଏବଂ ଈଶ୍ୱର ଙ୍କ ଆଶ୍ରିବାଦ ବାପା, ମା ଙ୍କ ପ୍ରେରଣା ସୌଭାଗ୍ୟ ଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ର ଶୀର୍ଷରେ ପହଞ୍ଚାଇ ପାରିଛି | ଚଳିତ ବର୍ଷ ଆଇ ଆଇ ଟି ଏଣ୍ଟ୍ରାନ୍ସ ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ 601 ରିୟାଙ୍ଗ ପାଇଥିବା ବେଳେ ରାଜ୍ୟ ରେ ଚାରି ନମ୍ବର ରିୟାଙ୍ଗ ରେ
ରହି ରାଜ୍ୟ ତଥା ଜଗତସିଂହପୁର ଜ଼ିଲ୍ଲା ର ସୁନାମ ଅର୍ଜନ କରିଛନ୍ତି |ସେଥିପାଇଁ ସୌଭାଗ୍ୟ ଙ୍କୁ ପରିବାର ଆତ୍ମୀୟ ସ୍ୱଜନ, ବନ୍ଧୁ ପରିବାର ବର୍ଗ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି |

Related Articles

Leave a Reply

Your email address will not be published. Required fields are marked *

Back to top button