ତାଜା ଖବରରାଜ୍ୟ

ବଡ଼ଖବର: ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର:  ଆକ୍ସନ ମୋଡରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ବା ଇଡି ।  ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତିକୁ ଇଡି ଆଟାଚ କରିଛି ।  ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ  ୩କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଆଟାଚ କରିଛି । କଟକ ଏସବିଆଇ ବ୍ୟାଙ୍କରେ ଥିବା ୨୫ ଲକ୍ଷର ବ୍ୟାଙ୍କ ବାଲାନ୍ସକୁ ମଧ୍ୟ ଆଟାସ କରିଛି । ନୋଏଡାରେ ଥିବା ପ୍ରଭାତଙ୍କ ଏମ/ଏସ ମିଡିଆ ଗ୍ରୁପର ସମ୍ପତ୍ତି ମଧ୍ୟ ଆଟାଚ କରାଯାଇଛି ।  ମନି ଲଣ୍ଡରୀଂ ଆକ୍ଟ ଅନୁସାରେ ଇଡି ଏହି ସମ୍ପତ୍ତି ଆଟାଚ କରିଥିବା ଜଣାଯାଇଛି । 
ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଇଡି ଶ୍ରୀ ବିଶ୍ୱାଳଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ।  ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । 

Related Articles

Leave a Reply

Your email address will not be published. Required fields are marked *

Back to top button