ଖେଳ ଖବର

ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ

ଚୀନର ହାଙ୍ଗଝୌ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି।ଏଥିସହ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ ରନ୍‌ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୮ ଓ୍ବିକେଟରେ ୯୭ ରନ୍‌ କରି ପାରିଥିଲେ। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଏଥର ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼‌ାରେ ଭାଗ ନେଇଥିବା ବେଳେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛି ଦଳ।

Related Articles

Leave a Reply

Your email address will not be published. Required fields are marked *

Back to top button