ଓଡ଼ିଶାତାଜା ଖବର

ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୭ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଡ. ଭାଗବତ ଏହି ଗସ୍ତ ସମୟରେ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର କାର୍ୟ୍ୟକ୍ରମରେ ଯୋଗଦେବା ସହ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଡ.ଭାଗବତ ସାତଦିନିଆ ଓଡ଼ିଶା ପ୍ରବାସ ସାରି ଅଗଷ୍ଟ ୬ ତାରିଖ ଦିନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button