ଓଡ଼ିଶା

କଟକ ଜିଲ୍ଲାରେ ଶୌଣ୍ଢିକ ସମାବେସ

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଗୋଡି ସାଇ ଗ୍ରାମ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ଶୁଣ୍ଢୀ ସମାଜର ବାର୍ଷିକ ସମିଳନୀ ବହୁ ଧୂମ ଧାମରେ ଅନୁଷ୍ଠିତ ହୋଇଛି | ଏହି ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ସାହୁ ଙ୍କ ସହ ବହୁ ରାଜ୍ୟ ପଦାଧିକାରୀ ଯୋଗଦେଇ ଥିଲେ |କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ନିରଞ୍ଜନ ସାହୁ ଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଅକାଳନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଛନ୍ତି | ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ସାହୁ ତାଙ୍କ ବାର୍ତ୍ତାରେ ଭାଇଚାରା ରଖିବା ଓ ଏକ ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା କହି ଛନ୍ତି , ସ୍ୱଜାତିରେ ଥିବା ଗରିବ, ଅବହେଳିତ, ଭିନ୍ନକ୍ଷମ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆ ଯିବ |ସମାଜରେ ବୃକ୍ଷ ରୋପଣ କିପରି ଅଧିକ ରୁ ଅଧିକ ହୋଇପାରିବ ସେ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଭବିଷ୍ୟତରେ ସମାଜର ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯିବ ବୋଲି ରାଜ୍ୟ ସଭାପତି ମତ ରଖିଛନ୍ତି |ଶେଷରେ ପିଲାମାନଙ୍କ ଦ୍ୱାରା ନାଚ, ଗୀତର କାର୍ଯ୍ୟକ୍ରମ କରାଯାଇଥିଲା ଯାହା ଉପସ୍ଥିତ ଥିବା ସବୁ ବର୍ଗର ଲୋକେ ଆନନ୍ଦିତ ହୋଇଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button