ଓଡ଼ିଶାତାଜା ଖବର

କଲଭର୍ଟ ଭୁଶୁଡି ୫ ମୃତ

ରାୟଗଡା : ରାୟଗଡାରେ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ । କଲଭର୍ଟ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ତେବେ କଲ୍ୟାଣସିଂହପୁର ଉପରସଜା ନିକଟରେ ଏହି ଅଘଟଣ ଘଟିଛି ।

କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ଉକ୍ତ କଲଭର୍ଟର ସେଣ୍ଟ୍ରିଂ ଏ ଯାଏ ବାହାରିନି ।

ଉକ୍ତ ନାଳ ଉପରେ ଆଖପାଖ ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି। ସବୁ ଦିନ ପରି ଆଜି ବି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। 

Related Articles

Leave a Reply

Your email address will not be published. Required fields are marked *

Back to top button