ରାଜ୍ୟ

ଜୁଲାଇରେ ଜିଓର ସର୍ବାଧିକ ନୂତନ ଗ୍ରାହକ

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇରେ ରିଲାଏନ୍ସ ଜିଓ ଓଡ଼ିଶାର ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଥିବାବେଳେ ରାଜ୍ୟରେ ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ଉଭାହୋଇଛି। ଏପରିକି ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୩ ଜୁଲାଇରେ ପ୍ରାୟ ୧.୪୨ଲକ୍ଷ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଛି।

ଏହା ସହ ୨୦୨୩ ଜୁଲାଇ ୩୧ସୁଦ୍ଧା ଜିଓ ସର୍ବାଧିକ ୧.୪୩ କୋଟି ମୋବାଇଲ ଗ୍ରାହକ ଏବଂ ୨.୩୮ ଲକ୍ଷ ଜିଓ ଫାଇବର ହୋମ୍‌ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତାଙ୍କ ସହ ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ୍‌ ବର୍ଗରେ ସାମିଲ କରାଇବା ସହିତ ରାଜ୍ୟରେ ଏକ ନମ୍ବର ସ୍ଥାନକୁ ସୁଦୃଢ଼ କରିଛି। ବିଶେଷକରି ୨୦୨୩ ଜୁଲାଇରେ ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୧.୫ଲକ୍ଷ ବୃଦ୍ଧି ପାଇଛି। ଅପରପକ୍ଷରେ ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ଜିଓ ସାରା ଦେଶରେ ୩୯ ଲକ୍ଷରୁ ଅଧିକ ନୂଆ ଗ୍ରାହକଙ୍କୁ ଜୁଲାଇରେ ଯୋଡ଼ିଥିବା ବେଳେ ୨୦୨୩ ଜୁଲାଇ ୩୧ ସୁଦ୍ଧା ଜିଓର ମୋଟ ଗ୍ରାହକ ୪୪.୨ କୋଟିରୁ ଅଧିକ ମୋବାଇଲ ଗ୍ରାହକ ରହିଛନ୍ତି। ସେହିଭଳି ରିଲାଏନ୍ସ ଜିଓ ମଧ୍ୟ ଜୁଲାଇରେ ୧.୯୭ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଫଳରେ ଦେଶରେ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧କୋଟିରୁ ଅଧିକ ହୋଇଛି।

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଟେଲିକମ୍‌ ଶିଳ୍ପରେ ମଧ୍ୟ ସର୍ବାଧିକ ଗ୍ରାହକ ଓ ରାଜସ୍ବ ବଜାର ଅଂଶ ହାସଲ କରିଛି। ଓଡ଼ିଶାର ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଦ୍ରୁତଗତିରେ ନିଜର ଟ୍ରୁ-୫ଜି ନେଟ୍‌ୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲାରେ ୫ଜି ନେଟ୍‌ୱାର୍କ ପହଞ୍ଚାଇଥିବା ପ୍ରଥମ ଟେଲିକମ୍‌ ଅପରେଟର ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button