ମନୋରଞ୍ଜନ

ପୋଜ୍ ଦେବାକୁ ଲାଜେଇ ଗଲେ ଅନନ୍ୟା

ମୁମ୍ବାଇ: ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ୨ ଶୁକ୍ରବାର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ବଲିଉଡ ସେଲିବ୍ରେଟ୍ ଅଂଶଗ୍ରହଣ କରିଥିଲେ ।

ସୁହାନା ଖାନ, ଶାନୟା କପୁର, ନବ୍ୟା ନଭେଲି ନନ୍ଦା, ବିଦ୍ୟା ବାଲାନଙ୍କ ପରି ଅନେକ ସେଲିବ୍ରେଟ୍ ପହଞ୍ଚିଥିଲେ। ଅନନ୍ୟାଙ୍କୁ ସମର୍ଥନ କରିବା ପାଇଁ ଆଦିତ୍ୟ ସେଠାରେ ପହଞ୍ଚିଥିଲେ। ସ୍କ୍ରିନିଂ ପୂର୍ବରୁ ଅନନ୍ୟା ପାପାରାଜି ପାଇଁ ପୋଜ୍ ଦେଇଥିଲେ। ସେ ଆଦିତ୍ୟଙ୍କ ସହ ପୋଜ୍ ଦେବାକୁ କହିବା ମାତ୍ରେ ଏହା ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଥିଲା।ଡ୍ରିମ୍ ଗାର୍ଲ୨ ର ସ୍କ୍ରିନିଂର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଅନନ୍ୟା ଏକାକୀ ପୋଜ୍ କରୁଥିବା ନଜର ଆସିଥିଲେ। ଏହା ପରେ ପାପାରାଜି ତାଙ୍କୁ ରୁମର୍ଡ ପ୍ରେମିକ ଆଦିତ୍ୟଙ୍କ ସହ ପୋଜ୍ କରିବାକୁ କହିଥିଲେ। ଯାହା ପରେ ଅନନ୍ୟା ହସିବା ସହ ଲାଜେଇ ଯାଇ ଥିଏଟର ଆଡକୁ ଚାଲି ଯାଇଥିଲେ।

ଅନନ୍ୟା ପାଣ୍ଡେଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ତାଙ୍କୁ ଏକ ଡେନିମ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା ​​। ସେ ବ୍ୟାଗି ଡେନିମ୍ ପ୍ୟାଣ୍ଟ ସହିତ ଏକ କର୍ସେଟ୍ ଟପ୍ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେହିଭଳି ଆଦିତ୍ୟ ମଧ୍ୟ ଡେନିମ୍‌ ସାର୍ଟ ସହ କଳା ଜିନ୍ସରେ ନଜର ଆସିଥିଲେ । ରିପୋର୍ଟ ଅନୁଯାୟୀ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ କରୁଛନ୍ତି। କିଛି ସମୟ ପୂର୍ବରୁ ଏହି କପଲ ଛୁଟି କାଟିବାକୁ ବିଦେଶ ଯାଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଗୁଡ଼ିକରେ ଆଦିତ୍ୟ ଏବଂ ଅନନ୍ୟା ମଜା କରୁଥିବା ବେଳେ ପରସ୍ପର ସହ କ୍ଵାଲିଟି ଟାଇମ୍‌ ବିତାଉଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button