ବିଶେଷ
Trending

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଝିଅ ମୃତ୍ୟୁ ପରେ ମା ପାଇଲା ବୀମା ରାଶି

ମୃତ୍ୟୁ କାହା ଜୀବନରେ କେତେବେଳେ ଆସିବ ତାହା ଜାଣିବା ଅସମ୍ଭବ | ଏହା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପରିବାର ର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଣୟନ କରିଥିଲେ |ଏହା ଦ୍ଵାରା ପ୍ରତ୍ୟେକ ହିତାଧିକାରୀ ବିଭିନ୍ନ ବ୍ୟାଙ୍କ ରେ ଥିବା ସଞ୍ଚୟ ଖାତାରୁ ବର୍ଷକୁ ଚାରିଶହ ଟଙ୍କା ର ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମୃତ୍ୟୁ କିମ୍ବା ଦୃଘଟଣା ଜନିତ କ୍ଷତି ବାବଦକୁ ଦୁଇ ଲକ୍ଷ୍ୟ ଟଙ୍କା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବ୍ୟାଙ୍କ ସହାୟତା ରେ ପାଇବାକୁ ହକଦାର | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ ଅଳା ପଞ୍ଚାୟତ ସାନ ଲହଙ୍ଗା ଗ୍ରାମର ପିଙ୍କି ରାଉତ ଜଗତସିଂହପୁର ସ୍ଥିତ ପଞ୍ଜାବ ନାସନାଲ ବ୍ୟାଙ୍କ ରେ ଏକ ସଞ୍ଚୟ ଖାତା ଖୋଲିଥିଲେ |ବ୍ୟାଙ୍କ ମିତ୍ର ର ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସ୍କିମରେ ଆନ୍ତର୍ଭୁତ ହୋଇଥିଲେ | ହେଲେ ବୀମା କରିବାର ଦୁଇ ମାସ ପରେ ପିଙ୍କି ମୃତ୍ୟୁ କରିଥିଲେ | ପିଙ୍କି ର ପରିବାର ଆର୍ଥିକ ସ୍ଥିତି ଦ୍ରୁବଳ ଥିବାରୁ ହଠାତ ପରିବାର ମଧ୍ୟ୍ୟ ରେ ଦୁଃଖ ର କଳା ପାହାଡ଼ ମାଡିଆସିଥିଲା | ଏପରି ପରିସ୍ଥିତି ରେ ପିଙ୍କି ବୀମା ଭୁକ୍ତ ହୋଇ ମୃତ୍ୟୁ ବରଣ କରିଥିବାରୁ ପିଙ୍କି ର ମା କାଞ୍ଚନ ରାଉତ ଙ୍କୁ ପଞ୍ଜାବ ନାସନାଲ ବ୍ୟାଙ୍କ ତରଫରୁ ବୀମା ରାଶି ବାବଦ ଙ୍କୁ ବ୍ୟାଙ୍କ ମ୍ୟାନେଜର ଅନିରୁଦ୍ଧ ସ୍ୱାଇଁ , ବିଶିଷ୍ଟ ସମାଜସେବୀ ପ୍ରଭାତ ବେହେରା , ରାସ୍ତା ଓ କୋଠା ବାଡ଼ି ବିଭାଗ ମୁଖ୍ୟ ଯନ୍ତ୍ରୀ ନିମାଇଁ ଚରଣ ଦାସ ପ୍ରମୁଖ ଙ୍କ ଉପସ୍ଥିତ ରେ କାଞ୍ଚନ ରାଉତ ଙ୍କୁ ଚେକ ପ୍ରଦାନ କରାଯାଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button