Video

ବନ୍ଦେ ଭାରତ ଏକ୍ସପ୍ରେସ ସିଙ୍ଗଡାରୁ ନିଗୁଡୁଛି ତେଲ

ଭାରତର ପ୍ରିମିୟମ ରେଳ ଗାଡି ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରିମିୟମ କହିଲେ ସବୁଠୁ ଭଲ ସୁବିଧା । ସବୁଠୁ ଭଲ ଯାତ୍ରୀ ସେବା । ଏବେ ଯାତ୍ରୀଙ୍କ ଅଭିଯୋଗ ଟ୍ରେନରେ ମିଳୁନି ଉତ୍ତମ ମାନର ଖାଦ୍ୟ । ଅଭିଯୋଗଟି ଟ୍ରେନର ପ୍ରିମିୟମ ଟ୍ୟାଗ ପାଇଁ ପାଲଟିଛି ପ୍ରହସନ ।
ଜଣେ ଯାତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ମିଳୁଥିବା ଖାଦ୍ୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟ୍ରେନରେ ଖାଦ୍ୟର ଚଢା ଦର । କିନ୍ତୁ ଖାଦ୍ୟର ଗୁଣବତ୍ତା ଆଦୌ ପସନ୍ଦଯୋଗ୍ୟ ନୁହେଁ ବୋଲି ଯାତ୍ରୀ ଲେଖିଛନ୍ତି । ଏହି ଭିଡିଓ ଟ୍ରେନ ବିଶାଖାପାଟନମରୁ ହାଇଦ୍ରାବାଦକୁ ଯାଉଥିବା ସମୟର ଭିଡିଓ ବୋଲି ଜଣାପଡିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଟ୍ରେନ ଯାତ୍ରୀ ଜଣକ ଖାଦ୍ୟ ପ୍ୟାକେଟରୁ ସିଙ୍ଗଡା କାଢୁଛନ୍ତି । କ୍ୟାମେରା ଆଗରେ ସିଙ୍ଗଡାକୁ ଚିପି ଦେଖାଉଛନ୍ତି । ଯେପରି ଓଦା ରୁମାଲରୁ ପାଣି ନିଗିଡେ, ଠିକ୍ ସେହିଭଳି ସିଙ୍ଗଡାରୁ ତେଲ ବାହାରୁଛି।
ଗୋଟିଏ ସିଙ୍ଗଡା ବି ନୁହେଁ, ତାଙ୍କୁ ଦିଆଯାଇଥିବା ସବୁ ସିଙ୍ଗଡାକୁ ସେ ଗୋଟେ ପରେ ଗୋଟେ ଚିପୁଡୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । ସିଙ୍ଗଡାରୁ ଏତେ ତେଲ ଦେଖି, ଆପଣ ଏହାକୁ ଖାଇବାକୁ ମନ ବଳାଇବେ କି । ପ୍ୟାକେଟରେ ଯେତିକି ଚଟନି ଦିଆଯାଇଛି, ତାଠୁ ବେଶୀ ତେଲ ଏହି ସିଙ୍ଗଡାରୁ ବାହାରିଛି । ତେବେ ଏହି ସିଙ୍ଗଡା ସ୍ୱାସ୍ଥ୍ୟ ପାଇଁ ହିତକର କି । ତେଣୁ ସେ ତାହାକୁ ନିମ୍ନମାନର କହିଛନ୍ତି । ଆମ ଭିତରୁ ଯେ କେହି ବି ତାଙ୍କ ସ୍ଥାନରେ ଥାଆନ୍ତେ, ଠିକ୍ ଏହା ହିଁ କରିଥାନ୍ତେ । ରେଳ ମନ୍ତ୍ରାଳୟକୁ ବି ଜାଣିବା ଉଚିତ୍ ପ୍ରିମିୟମ ଟ୍ରେନରେ କିପରି ଖାଦ୍ୟ ମିଳୁଛି । ତେବେ ଟ୍ୱିଟରରେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଆଇଆରସିଟିସି ପକ୍ଷରୁ ପ୍ରତିକ୍ରିୟା ଆସିଛି । ରିଟ୍ୱିଟ୍ କରି ଜଣାଇଛିଯେ ତାଙ୍କ ଅଭିଯୋଗ ସମ୍ପର୍କିତ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ଏନେଇ ଉଚିତ୍ ପଦକ୍ଷେପ ନିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button