ଅପରାଧ

ବମିଖାଲରେ କାର୍‌ ଦୁର୍ଘଟଣା

ବମିଖାଲ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି ।ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ରସୁଳଗଡ଼ ଛକରୁ କଳ୍ପନା ଅଭିମୁଖେ ଏକ ସ୍ୱିଫ୍ଟ କାର୍‌ ଯାଉଥିଲା ।ଏହି ସମୟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏପିରିକି ଏହି ଦୁର୍ଘଟଣାରେ କାର୍‌ର ଛାତଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button