ରାଜ୍ୟ

ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ

ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ ଦେବା ପାଇଁ ବାଚସ୍ପତି ବିଧାନସଭାରେ ଘୋଷଣା କରିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ । ଅରୁଣ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ । ତେବେ ଉଭୟ ଦଳର ବିଧାୟକଙ୍କ ଦାବି ଯୋଗୁଁ ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି ।

ସର୍ବ ଶେଷରେ ଶାସକ ଦଳ ନିଜ ଜିଦରୁ ଓହରିଛନ୍ତି । ଗୃହ ବିବରଣୀରୁ ବାଦ ପଡ଼ିଛି ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କ ପ୍ରତି ଶାସକ ଦଳ ପ୍ରୟୋଗ କରିଥିବା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ଗୃହରେ ତୁମ୍ବିତୋଫାନ ଲାଗି ରହିଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button