ମନୋରଞ୍ଜନ

ବିବାହର ୯ ବର୍ଷ ପରେ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେବେ ଏହି ଅଭିନେତା

ମୁମ୍ୱାଇ: ‘ ଫେମ୍‌ ଅଭିନେତା ମଲ୍ହାର ପାଣ୍ଡ୍ୟା ବିବାହର ୯ ବର୍ଷ ପରେ ପତ୍ନୀ ପ୍ରିୟା ପଟିଦାରଙ୍କଠାରୁ ଅଲଗା ହେଉଛନ୍ତି। ଡିସେମ୍ବର ୨୦୧୪ରେ ବିବାହ କରିଥିବା ମଲ୍ହାର ଏବଂ ଗାୟିକା ପ୍ରିୟା ଦୀର୍ଘ ଦିନ ହେବ ଅଲଗା ରହୁଥିଲେ। ବର୍ତ୍ତମାନ ବିବାହର ନଅ ବର୍ଷ ପରେ ଏହି ଦମ୍ପତି ଚଳିତ ବର୍ଷ ଶେଷରେ ଛାଡପତ୍ର ପାଇଁ ଆବେଦନ କରିବେ।

ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିଲେ। ଲକଡାଉନ ସମୟରେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା।ମଲ୍ହାର ଶେଷ ଥର ପାଇଁ ୨୦୨୦ରେ ରାଧାକୃଷ୍ଣରେ ନଜର ଆସିଥିଲେ। ସେ ପରିବାର ସହିତ ରହିବାକୁ ଆମେରିକା ଯାଇଛନ୍ତି। ଛାଡପତ୍ର ନେଇ ପ୍ରିୟା କହିଛନ୍ତି, ହଁ, ଏହା ସତ୍ୟ ଯେ ଆମେ ଆଉ ଏକାଠି ନାହୁଁ, କିନ୍ତୁ ମୁଁ କୌଣସି ସବିଶେଷ ତଥ୍ୟ ଭିତରକୁ ଯିବାକୁ ଚାହୁଁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button