ବିଶେଷ
Trending

ମର୍ମନ୍ତୁଦ ସଡକ ଦୁର୍ଘଟଣା ତିନିଜଣ ଗୁରୁତର ଆହତ

ବରଗଡ଼ ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ମାନସ କୁମାର ତିନିଜଣ ଯାକ ଯୁବକ କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ଗତ ଗୁରୁବାର ଦିନରୁ ସେମାନେ ସମ୍ବଲପୁର ସମଳେଇ ମନ୍ଦିର ଦର୍ଶନ ତଥା ପାଇକମାଲ ସ୍ଥିତ ନୃସିଂହନଥ ମନ୍ଦିର ଦର୍ଶନ କରିବା ପାଇଁ ବାହାରି ଥିବା ବେଳେ ବରଗଡ଼ ଘୁଲିପାଲି ଛକରେ ଏକ ଟ୍ରକ ସହିତ ବାଡେଇ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ବିକାଶ ଅଗ୍ରୱାଲ ଦୁର୍ଘଟଣା ହୋଇଥିବା ଯୁବକ ମାନଙ୍କୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଏମ୍ବୁଲାନ୍ସ ଓ ଅଶୋକା ବିଲଡକନର ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତ ଯୁବକ ମାନଙ୍କୁ ଆଣିଥିଲେ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଜଣକର ଗୋଡ଼ ଓ ଅନ୍ୟଦୁଇଜନ ଯୁବକଙ୍କ ର ହାତ ଭାଙ୍ଗିବା ସହିତ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଥିବାରୁ ତାଙ୍କୁ ବିଭାଗୀୟ ଡାକ୍ତର ଭୀମସାର ବୁର୍ଲା କୁ ସ୍ଥାନାନ୍ତରଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button