ବିଶେଷ
Trending

ରେଙ୍ଗାଳିରେ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ

ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଛି ଦୁଇ ଦୁଇଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ । ପ୍ରଥମ ଦିନେ ଗାଁର ଶତାଧିକ ମହିଲାମାନେ ପୂଣ୍ଣ କଳସରେ ପାଣି ଭର୍ତ୍ତିକରି ପାରମ୍ପରିକ ବାଦ୍ୟ ତାଳେ ତାଳେ ଗାଁ ପରିକ୍ରମା କରି ପୂଜା ମଣ୍ଡପକୁ ଆଣିଥିଲେ । ଏହି ପ୍ରତିଷ୍ଠା ଉତ୍ସଵରେ ଗୌନ୍ତିଆ ଅଶୋକ ବାରିକ ଓ ତାଙ୍କ ପତ୍ନୀ ,ଧନେଶ୍ଵର ସାହୁ ଓ ତାଙ୍କ ପତ୍ନୀ ପୂଜା କର୍ତ୍ତା ଭାଵେ କାର୍ଯ୍ୟଭାର ତୁଲାଇଥିବାବେଳେ କୌଶିକ ଵେହେରାଙ୍କ ସଭାପତିତ୍ଵରେ ଏହି ପ୍ରତିଷ୍ଠା ଉତ୍ସଵ ପାଲିତ ହେଉଛି । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସଵରେ ଲୋକେ ସନ୍ଧ୍ଯା ସମୟରେ ମୀନାଵଜାର ମଜା ଉଠାଉଥିବାବେଳେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ,ରାତ୍ରରେ ଦଣ୍ଡ ଓ ନାଟକ ଲୋକଙ୍କ ମନୋରଞ୍ଚନ ପାଇଁ ରଖାଯାଇଛି । ପ୍ରତେକ ଦିନ ଶ୍ରଧାଳୁ ଭକ୍ତଙ୍କ ପାଇଁ ଅନ୍ନଭୋଗ ର ଵ୍ୟଵସ୍ଥା କରାଯାଇଛି । ରେଙ୍ଗାଳି ଗ୍ରାମର ପ୍ରତେକ ସଦସ୍ୟଙ୍କ ସହଯୋଗରେ ଏହି ପ୍ରତିଷ୍ଠା ଉତ୍ସଵ ଵେଶ ଖୁସି ଆନନ୍ଦରେ ଚାଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button