ଅପରାଧ

ଶିରୋମଣି ଅକାଳି ଦଳର ନେତା ମୃତ

ପଞ୍ଜାବର ହୋଶିଆରପୁରରେ ଗୁଳି ମାଡ଼ର ଶିକାର ହୋଇଛନ୍ତି ଶିରୋମଣି ଅକାଳି ଦଳର ଜଣେ ନେତା। ଗୁଳିମାଡ଼ର ଶିକାର ହୋଇଛନ୍ତି ପୂର୍ବତନ ସରପଞ୍ଚ ସୁରଜିତ ସିଂ। ସୁରଜିତ ଗତକାଲି ନିଜ ଗାଁରେ ଏକ ତେଜରାତି ଦୋକାନ ସମ୍ମୁଖରେ ବସିଥିଲେ। ହଠାତ୍‌ ଦୁଇ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚିଲା।

ଏହାପରେ ସେମାନେ ସୁରଜିତ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହା ପୂର୍ବରୁ ଗତ ୧୮ ତାରିଖରେ ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ବଲଜିନ୍ଦର ସିଂ ଘରେ ନିଜ ହେୟାରକଟ କରୁଥିବା କିଛି ଲୋକ ଫୋନ୍‌ କରି ତାଙ୍କୁ ଘର ବାହାରକୁ ଡାକିଥିଲେ। ଉକ୍ତ ସମୟରେ ବାଇକ୍‌ରେ ଆସିଥିବା ଦୁଇ ଜଣ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button