Video

ସୁପ୍ରିମକୋର୍ଟକୁ ମିଳିଲେ ୫ନୂଆ ବିଚାରପତି

ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି । ବିଳମ୍ୱ ହେଉ ପଛେ କଲେଜିଅମ ସୁପାରିଶକୁ ଗ୍ରହଣ କଲା କେନ୍ଦ୍ର । ଶେଷରେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମଧ୍ୟରେ ଟଣାଓଟରାରେ ପଡିଲା ଯବନିକା ।
ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ହୋଇଛି କଲେଜିଅମ ବ୍ୟବସ୍ଥା । କଲେଜିଅମ କହିଲେ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଏକ ଚୟନ ଦଳ । ଯେଉଁଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଜଣେ ପ୍ରତିନିଧି ସଦସ୍ୟ ଅଛନ୍ତି। ସୁପ୍ରିମକୋର୍ଟରେ ପ୍ରଧାନବିଚାରପତିଙ୍କୁ ମିଶାଇ ୩୪ ବିଚାରପତି ପଦବୀ ଅନୁମୋଦିତ ଥିବା ବେଳେ ଏବେ ଅଛନ୍ତି ୨୭ଜଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ଦ୍ୱାରା ସମ୍ୱିଧାନ ଦିବସ ପାଳନ ଦିନ ବିଚାରପତିଙ୍କ ସଂଖ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ । ଡିସେମ୍ୱର ଠାରୁ କେନ୍ଦ୍ର ଓ କଲେଜିଅମ ମଧ୍ୟରେ ସହମତି ପ୍ରକାଶ ପାଉନଥିବାରୁ ବିଚାରପତି ନିଯୁକ୍ତି ଅଟକି ରହିଥିଲା । ତେବେ ଶନିବାର କେନ୍ର୍୍ ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ୫ ନୂଆ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ୩ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ୨ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେଇଛନ୍ତି ।
ସେମାନେ ହେଲେ
୧ – ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ
୨ – ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲ
୩ – ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପି ଭି ସଞ୍ଜୟ କୁମାର
୪- ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ଆସାନୁଦ୍ଦିନ ଅମାନୁଲ୍ଲା
୫ – ଆଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ପାଣ୍ଡେ
ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଆସନ୍ତାକାଲି ନୂଆ ବିଚାରପତିମାନେ ପଦ ଓ ଗୋପନୀୟତାର ଶପଥ ନେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button