ଓଡ଼ିଶାରାଜ୍ୟ

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ବାରିପଦା : ମୋବାଇଲ  ହଜାଇ ଦେବାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ। ଏହିଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ଶ୍ୟାମଖୁଣ୍ଟା ବ୍ଲକ ତଥା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ ଘଟିଛି।
ସୂଚନା ମୁତାବିକ, ସ୍ୱାମୀ ରାମଚନ୍ଦ୍ର ସିଂ ତାଙ୍କ ସ୍ତ୍ରୀ ମୁଗୁଲି ସିଂଙ୍କ ସହିତ ରବିବାର ରାତିରେ ମୋବାଇଲ ହଜାଇବାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହାକୁ ନେଇ ସ୍ୱାମୀ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ମାଡ ମାରିଥିଲ। ଫଳରେ ସ୍ତ୍ରୀ ମୁଗୁଲି ସିଂଙ୍କ ଘଟଣସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ସୋମବାର ସକାଳୁ କୁଳିଅଣା ପୁଲିସ ଖବର ପାଇ ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ସହିତ ସ୍ବାମୀ ରାମଚନ୍ଦ୍ରଙ୍କୁ ଥାନାରେ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି। ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। 

Related Articles

Leave a Reply

Your email address will not be published. Required fields are marked *

Back to top button