ଅପରାଧରାଜ୍ୟ

୩୦ ଘଣ୍ଟା ପରେ ମିଳିଲା ବାପାର ମୃତ ଦେହ, ଏବେବି ନିଖୋଜ କୁନି ଝିଅ

ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା । ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁର ମୃତଦେହ । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ମୃତ ଦେହ । ସେପଟେ ଏବେବି ନିଖୋଜ ରହିଛି କୁନି ଝିଅ । ଝିଅକୁ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ । ଗତ ୨୭ ତାରିଖରେ ନିଜ କୁନି ଝିଅକୁ ଧରି ଆଖୁଆପଦା ସ୍ଥିତ ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଚନ୍ଦନ।ଗତ ୨୭ ତାରିଖ ରାତି ୯ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ ବାପା ଚନ୍ଦନ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର୍ଯ୍ୟ ନକରାଯାଇ ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ । ଶେଷରେ ଦୀର୍ଘ ୩୦ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ବାପା ଚନ୍ଦନ ସାହୁଙ୍କ ମୃତଦେହ । କିନ୍ତୁ ଏବେବି ନିଖୋଜ ରହିଛି କୁନି ଝିଅ ତୃପ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button