ଖେଳ ଖବର

୭ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ ଟିମ୍

ଭାରତ ସରକାର ଭିସା ଦେବାରେ ବିଳମ୍ବ କରୁଥିବାରୁ ତାହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ଗମ୍ଭୀର ଉଦବେଗ ପ୍ରକାଶ କରିଥିଲା। ତେବେ ସୋମବାର ସଂଧ୍ୟାରେ ଭିସା ମିଳିବା ପରେ ପାକିସ୍ତାନ ଟିମ ଭାରତ ଆସିବାର ପଥ ପରିଷ୍କାର ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ଫ୍ଲାଇଟ ନଥିବାରୁ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଟିମ ବୁଧବାର ସକାଳେ ଦୁବାଇରେ ପହଞ୍ଚିଥିଲା ଓ ସେଠାରୁ ଆଉ ଏକ ଫ୍ଲାଇଟ ଧରି ହାଇଦ୍ରାବାଦରେ ପହଞ୍ଚିଥିଲା । ବିଳମ୍ବରେ ପହଞ୍ଚିବା କାରଣରୁ ବୁଧବାର ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ଅଭ୍ୟାସ ମ୍ୟାଚ ଏବେ ୨୯ ତାରିଖ ଅର୍ଥାତ୍ ଶୁକ୍ରବାର ଖେଳାଯିବ।

ଶେଷ ଥର ପାଇଁ ୨୦୧୬ରେ ପାକିସ୍ତାନ ଦଳ ଭାରତ ଆସିଥିଲା । ସେହିବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ଟି୨୦ ବିଶ୍ବକପ ପାଇଁ ପାକିସ୍ତାନ ଦଳ ଭାରତ ଆସିଥିଲା । ପାକିସ୍ତାନ ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବାରୁ ଭାରତ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button