ଓଡ଼ିଶା

ନଭେମ୍ବର ୨୧ରୁ କାର୍ଯ୍ୟବନ୍ଦ ଅନ୍ଦୋଳନ କରିବେ ଅଙ୍ଗନବାଡି କର୍ମଚାରୀ

ରେଢାଖୋଲ : ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲଓଡିଶା ଅଙ୍ଗନବାଡି ଲେଡିଜ଼ ୱାର୍କସ ଆସୋସିଏନ ରେଢାଖୋଲ ଶାଖା ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦ୍ୟେଶରେ ଉପଜିଲ୍ଲାପାଳ ପବିତ୍ର ବେହେରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ରେଢାଖୋଲ ଶାଖାର ସଭାନେତ୍ରୀ ବିଜୟଲକ୍ଷ୍ମୀ ନନ୍ଦ,ସଂପାଦକ କିଶୋରୀ ପ୍ରଧାନ ଙ୍କ ନେତୃତ୍ୟରେ ଅଙ୍ଗନବାଡି କର୍ମୀମାନେ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ରେ ସରକାର ସେମାନଙ୍କ ଦାବି ପୁରଣ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ଅଙ୍ଗନବାଡି କର୍ମୀ ସମୁହ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ସରକାର ଅନ୍ୟ ବିଭାଗର କର୍ମଚାରୀ ମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି।ତେବେ ଅଙ୍ଗନବାଡି କର୍ମୀମାନେ ସତକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ର ସପଂଳ ରୁପାୟନ କରୁଥିବା ବେଳେ ସେମାନଙ୍ଗ ପ୍ରତି ସରକାର ବୈମାତୃକ ମନୋଭାବ ପ୍ରତିପୋଷଣ କରୁଛନ୍ତି।ଦିର୍ଘଦିନ ହେବ ଅଙ୍ଗନବାଡି କର୍ମଚାରୀ ମାନେ ତାଙ୍କର ଦରମାବୃଦ୍ଧି ଓ ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ଦିଗରେ ଦାବି କରିଆସୁଥିବା ବେଳେ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।ଓଲଟା ଅଙ୍ଗନବାଡି କର୍ମଚାରୀମାନଙ୍କ କାର୍ଯ୍ୟଭାର ବୃଦ୍ଧି କରିଚାଲିଛନ୍ତି।ତେବେ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ଅଙ୍ଗନବାଡି କର୍ମଚାରୀ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏଥିସହିତ ମହିଳା ଶିଶୁକଲ୍ୟାଣ ଓ ମିଶନଶକ୍ତି ମନ୍ତ୍ରୀ,ସଚିବ,ନିର୍ଦ୍ଦେଶକ ଓଡିଶା ସହ ଜିଲ୍ଲାପାଳ ସମ୍ବଲପୁର ଙ୍କୁ ମଧ୍ୟ ଦାବିପତ୍ର ର ନକଲ ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ବେଳେ ରେଢାଖୋଲ ବ୍ଲକର ବହୁ ଅଙ୍ଗନ ବାଡି କର୍ମଚାରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button