Video

87ତମ ଶିବ ଜୟନ୍ତୀ ସମାରୋହ ପାଳିତ…..

ହରଭଙ୍ଗା : ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୁରୁଣାକଟକ ଶାଖା ରେ 87 ତମ ଶିବଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି | ଅନୁଷ୍ଠାନର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ହରଭଙ୍ଗା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ୱପ୍ନିତା ନାୟକ ଓ ପୁରୁଣାକଟକ ଗ୍ରାମପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠି ଅଂଶଗ୍ରହଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ରହ୍ମକୁମାରୀ ସଂଚାଳିକା ବି. କେ.ଟୁନି ଭଉଣୀ ଓ ସହ ସଂଚାଳିକା ବି. କେ. ସସ୍ମିତା ଭଉଣୀ ଙ୍କ କରକୋମଳରେ ଦୀପ ପ୍ରଜ୍ବଳନ କରାଯାଇଥିଲା | ବି. କେ. ଟୁନି ଭଉଣୀ ମନର ଶାନ୍ତି ଓ ଶିବରାତ୍ରି ର ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବ୍ରହ୍ମକୁମାର ଓ ବ୍ରାହ୍ମକୁମାରୀ ଭାଇଭଉଣୀ, ଯୋଗଦେଇଥିବା ବେଳେ ବି. କେ ପ୍ରଶାନ୍ତ ଓ ବି. କେ. ଜନାର୍ଦନ ସହଯୋଗ କରିଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button