Videoଓଡ଼ିଶା

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ବରେ ଆୟୋଜିତ ଏହି ମେଳାରେ ମୁଖ୍ୟଅତିଥି ବିଧାୟକ ଶଶୀଭୁଷଣ ବେହେରା ଏହି ମେଳାକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି, ସିଏଇଟିର ପୂର୍ବତନ ପ୍ରଫେସର ଡ଼ଃ ସତ୍ୟାନନ୍ଦ ସ୍ୱାଇଁ, କୃଷି ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ମୁକ୍ତିକାନ୍ତ ମହାପାତ୍ର, ଇଂ ଦେବବ୍ରତ ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଦିନରେ ଶ୍ରମିକ ମାନଙ୍କ ଅଭାବ, ସ୍ୱଳ୍ପ ସମୟରେ କିପରି ଚାଷ କାର୍ଯ୍ୟ କରିପାରିବେ, ରବି ଖରିପ ଫସଲ ଛଡା ପନିପରିବା ମାଛ, କୁକୁଡ଼ା, ଗୋରୁ ଓ ଛେଳି ମେଣ୍ଢା କିପରି ଚାଷ କରି ଅଧିକ ଉପାର୍ଜନକ୍ଷମ ହେବା ସହ ଲାଭାବନ ହେବେ ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମରେଶ ଚନ୍ଦ୍ର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ମେଳାରେ ୪୫ ଟି ଷ୍ଟଲରେ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ ସହିତ କୃଷି ଓ ଆନୁସଙ୍ଗିକ ବିଭାଗର ଉଦ୍ୟୋଗୀମାନଙ୍କ ସହିତ କୃଷକ ମାନଙ୍କର ଆଲୋଚନା କରାଯାଇଛି । ଏହି ମେଳା ଧାନ ଚାଷ ପାଇଁ ଧାନ ରୁଆ, କଟା, ଅମଳ, ଘାସ ବଛା ପାଇଁ ଯନ୍ତ୍ରପାତି ସହିତ ଘରୋଇ ଲୋକ ମଧ୍ୟ ତେଲ, ଅଟା, ଚୁଡା, ମୁଢି ଭଜା ମେସିନ ଯନ୍ତ୍ରପାତି କ୍ରୟ କଲେ ସରକାରୀ ସ୍ତରରେ ୫୦% ରିହାତି ମିଳିପାରିବ। ୨୯ ଟି ମହିଳା ଗୋଷ୍ଠୀ ଙ୍କୁ ପନିପରିବା ଚାଷ ପାଇଁ ୧୦ ହଜାର ଟଙ୍କା ଲେଖା ପ୍ରଦାନ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button