ଜାତୀୟପର୍ଯ୍ୟଟନ

ଖୋଲିଲା କେଦାରନାଥ ଧାମ , ୨ ବର୍ଷ ପରେ ଦର୍ଶନ କଲେ ସାଧାରଣ ଭକ୍ତ

ଡ଼େରାଡ଼ୁନ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଭଗବାନ କେଦାରନାଥଙ୍କ କବାଟ । ଭାରତର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭଗବାନ କେଦାରନାଥ ଧାମର କବାଟ ଆଜି ପୂର୍ବାହ୍ନ ୬ଟା ୨୫ରେ ଖୋଲିଥିବା ବେଳେ ଅତି ଆନନ୍ଦର ସହ ଭଗବାନଙ୍କୁ ଦର୍ଶନ କରିଛନ୍ତି ସାଧାରଣ ଭକ୍ତ । ମନ୍ଦିରର କବାଟ ଖୋଲିବା ପରେ ହର ହର ମହାଦେବ ଓ ଶିବ ଧ୍ୱନୀରେ କମ୍ପି ଉଠିଛି ପରିସର । ବିଗତ ୨ ବର୍ଷ ହେବ କରୋନା କଟକଣାରେ କେଦାରନାଥ ଧାମରେ ପୂଜାର୍ଚ୍ଚନା ହୋଇଥିଲା । ଭକ୍ତଙ୍କ ପାଇଁ କେଦାରନାଥ ଦର୍ଶନ ବାରଣ ଥିଲା । କେବଳ ପରଂପରାକୁ ବଞ୍ଚାଇବା ପାଇଁ ୨୦୨୦ ଓ ୨୦୨୧ ମସିହାରେ କେଦାରନାଥଙ୍କ କବାଟ ଖୋଲିଥିଲା ।

ଆଜି ସକାଳୁ ବୈଦିକ ରୀତିନୀତି ଅନୁସାରେ କେଦାରନାଥଙ୍କ କବାଟ ଖୋଲିଥିଲା । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ଥିଲେ । ମନ୍ଦିରକୁ ଆକର୍ଷିତ କରିବା ପାଇଁ ପ୍ରାୟ ୧୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି । ଏହି ଅବସରରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button