ପର୍ଯ୍ୟଟନ

ତାଜମହଲରେ ବନ୍ଦ ଥିବା ୨୨ ରୁମ୍ ଖୋଲିବାକୁ ହୋଇଥିବା ଆବେଦନ ଖାରଜ

ଅଲ୍ଲାହବାଦ: ତାଜମହଲରେ ବନ୍ଦ ଥିବା ୨୨ ଟି କୋଠରୀ ଖୋଲିବାକୁ କୋର୍ଟରେ ଆବେଦନ ହୋଇଥିବା ବେଳେ ଆଲ୍ଲାହବାଦ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ତାଜମହଲ ଇତିହାସ ସମ୍ପର୍କରେ ଗବେଷଣା କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଗଠନ କରିବା ସହିତ ବନ୍ଦ ଥିବା ୨୨ ଟି ରୁମ୍ ଖୋଲିବାକୁ କୋର୍ଟରେ ଆବେଦନ ହୋଇଥିଲା। ହେଲେ କୋର୍ଟ ଏହାକୁ ଖାରଜ୍ କରିଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ତାଜମହଲର ଇତିହାସ ସମ୍ପର୍କରେ ଜାଣିବା ପାଇଁ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍ ପାଇଁ ଆବେଦନ କରିବା ଏକ ଯଥୋଚିତ ଆବେଦନ ନୁହେଁ। ଆବେଦନକାରୀ ଏହାର ଶୁଣାଣି କରିପାରିବେ ନାହିଁ । ବନ୍ଦ ରୁମ୍ ଖୋଲିବା ସମ୍ବନ୍ଧରେ ଯେଉଁ ଆବେଦନ କରାଯାଇଛି ତାହା ଉପଯୁକ୍ତ ପ୍ରକ୍ରିୟା ମାଧ୍ୟମରେ ହେବା ଉଚିତ୍। ତେଣୁ ଏହା ଐତିହାସିକଙ୍କ ଉପରେ ଛାଡ଼ିବା ଦରକାର ।

Related Articles

Leave a Reply

Your email address will not be published. Required fields are marked *

Back to top button