ମନୋରଞ୍ଜନ

ଟିମ୍ ଇଣ୍ଡିଆର ଛଅ ଦିନିଆ କ୍ୟାମ୍ପ୍ ଆରମ୍ଭ

ବେଙ୍ଗାଲୁରୁ : ଏସିଆ କପ୍‌ର ପ୍ରସ୍ତୁତି ପାଇଁ ଗୁରୁବାରଠାରୁ ବେଙ୍ଗାଲୁରୁରେ ଟିମ୍ ଇଣ୍ଡିଆର ଛଅଦିନିକିଆ କ୍ୟାମ୍ପ୍ ଆରମ୍ଭ ହୋଇଛି । ଏକ ରିପୋର୍ଟ ଅନୁସାରେ ଏସିଆ କପ୍‌ରେ ଭାଗ ନେବାକୁ ଥିବା ୧୮ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ କ୍ୟାମ୍ପ୍‌ରେ ଯୋଗ ଦେଇଛନ୍ତି । ସେହିପରି ଆୟର୍ଲାଣ୍ଡରୁ ଆସିବା ପରେ ଜସ୍‌ପ୍ରୀତ୍ ବୁମ୍‌ରା, ସଞ୍ଜୁ ସାମ୍‌ସନ୍ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ସେମାନଙ୍କ ସହିତ ଯୋଗଦେବେ ।

କ୍ୟାମ୍ପ୍ କର୍ଣ୍ଣାଟକ କ୍ରିକେଟ୍ ସଂଘ (କେସିଏ)ର ଅଲୁର୍‌ସ୍ଥିତ ଥ୍ରୀ ଓଭାଲ୍ କ୍ୟାମ୍ପସ୍‌ରେ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳାଳିମାନେ ଇନ୍‌ଡୋର ସେସନ୍‌ରେ ଯୋଗ ଦେଇଛନ୍ତି । ଶୁକ୍ରବାରଠାରୁ ଖେଳାଳିମାନଙ୍କୁ ବ୍ୟାଚ୍‌ରେ ଭାଗ କରି ଆଉଟ୍‌ଡୋର୍ କଣ୍ଡିସନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂରା କ୍ୟାମ୍ପ୍‌ରେ କେଏଲ୍ ରାହୁଲଙ୍କ ଫିଟ୍‌ନେସ୍ ଉପରେ ନଜର ରହିବ ।ଏସିଆ କପ୍‌ରେ ସାମିଲ ରାହୁଲଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ସେ ଏସିଆ କପ୍‌ର ଅତିକମ୍‌ରେ ଦୁଇଟି ମ୍ୟାଚ୍‌ରେ ଖେଳିବା ନେଇ ସନ୍ଦେହ ରହିଛି । ରିପୋର୍ଟ ଅନୁସାରେ ଏନ୍‌ସିଏ ମେଡିକାଲ୍ ଟିମ୍ ରାହୁଲଙ୍କ ବ୍ୟାଟିଂ ନେଇ ଖୁସି ଥିବାବେଳେ ତାଙ୍କ ୱିକେଟ୍‌କିପିଂ ଉପରେ ସତର୍କତାମୂଳକ ନଜର ରଖିଛନ୍ତି ।

ଗତ ସପ୍ତାହରେ ଏନ୍‌ସିଏରେ ଏକ ଅଭ୍ୟାସ ମ୍ୟାଚ୍ ପରେ ସେ ଯନ୍ତ୍ରଣାର ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଶ୍ରେୟସ୍ ଆୟର୍ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ । ସେ ମାର୍ଚ୍ଚ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ କ୍ୟାମ୍ପ୍‌ରେ ଯୋଗ ଦେଇଛନ୍ତି । ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସେ ଆହତ ହୋଇଥିଲେ ଏବଂ ସେବେଠାରୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button