ଓଡ଼ିଶାପର୍ଯ୍ୟଟନ

ତାରାତାରିଣୀ ପୀଠରେ ୬ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ, ୧୮ରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମାଁ ତାରାତାରିଣୀ ଙ୍କ ପୀଠର ରୂପରେଖ । ଆଜି ଠାରୁ ମାଁଙ୍କ ପୀଠରେ ୬ ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେଉଥିବା ବେଳେ ୧୮ ତାରିଖରେ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଦୀକ୍ଷା ଗ୍ରହଣ ଓ ଅଙ୍କୁର ରୋପଣ ପରେ ଆସନ୍ତାକାଲି ଜଳଯାତ୍ରା, ଯଜ୍ଞ ଆରମ୍ଭ ସହ ୧୭ ତାରିଖରେ ସୂର୍ଯ୍ୟପୂଜା, ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ବଜ ଓ ଦେବତା ସ୍ନାନ କରାଯିବ । ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ୧୯ରେ ଦେବତା ଓ ଆୟୁଦ୍ଧ ଧ୍ବାଜ ନାଶ ଏବଂ ଶେଷଦିନରେ ଧ୍ବଜ, ପାର୍ଶ୍ବ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି ।
ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପୀଠରେ ପହଞ୍ଚି ସାରିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ବହୁ ବ୍ରାହ୍ମଣ, ସନ୍ଥ ଓ ଭକ୍ତ । ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠର ସୌନ୍ଦର୍ଯ୍ୟକରଣ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ହୋଇଛି ସୌନ୍ଦର୍ଯ୍ୟକରଣ । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ଶେଷ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଉଛି । ଏଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button