ରାଜ୍ୟ

ବସ୍ ମାଲିକଙ୍କ ଦାବି ଆଗରେ ମୁଣ୍ଡ ନୁଆଁ​ଇଲେ ସରକାର

ଘରୋଇ ବସ୍ ମାଲିକ ମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଶେଷରେ ‘ଲକ୍ଷ୍ମୀ ଯୋଜନା ସଂପର୍କରେ ନୀତିଗତ ନିଷ୍ପତ୍ତି ନେଇଛନ୍ତି ସରକାର। ଏଣିକି ଏହି ଯୋଜନାରେ ବସ୍‌ର ପରିମିଟ୍ ତଥା ଚଳାଚଳ ସମୟ ସଂପର୍କରେ ନିୟମ ଅନୁଯାୟୀ ନିଷ୍ପତ୍ତି ନେବାକୁ ରାଜ୍ୟ ପରିବହନ ଆୟୁକ୍ତ (ଏସ୍‌ଟିଏ) ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଏସ୍‌ଟିଏ ଜାରି କରିଥିବା ଚିଠି ଅନୁଯାୟୀ ଆରଟିଓ ବିଭିନ୍ନ ଅଞ୍ଚଳର ଘରୋଇ ବସ୍ ମାଲିକ ସଂଘ ସହିତ ଆଲୋଚନା କରିବେ। ଯେଉଁଠି ଘରୋଇ ବସ୍ ଚଳାଚଳ ସମୟ ସହିତ ଲକ୍ଷ୍ମୀ ଯୋଜନାର ବସ୍ ସମୟ ମେଳ ଖାଇ ଯାଉଥିବ ସେଭଳି ସ୍ଥିତିରେ ପ୍ରଚଳିତ ରୁଟ୍ ପରମିଟ୍ ଓ ସମୟ ନିୟମକୁ ଗୁରୁତ୍ବ ଦେଇ ନିଷ୍ପତ୍ତି ନିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button