ରାଜ୍ୟ

ଦେଶବ୍ୟାପୀ ଡେଙ୍ଗୁ ତାଲିକାରେ ଓଡ଼ିଶା ଚତୁର୍ଥ

ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଚଳିତବର୍ଷ ଆରମ୍ଭରୁ ଦୈନିକ ୨ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ଏବେ ତାହା ଶହେକୁ ଖସି ଆସିଛି। ତଥାପି ସ୍ଥିତି ଚିନ୍ତାଜନକ ରହିଛି। ଏଥିସହିତ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮ହଜାର ମୁହାଁ ହୋଇଛି। ବିଗତ ୫ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବୋଲି କୁହାଯାଉଛି।ଚଳିତମାସ ମଧ୍ୟଭାଗ ସୁଦ୍ଧା ଓଡ଼ିଶା ଡେଙ୍ଗୁ ରୋଗୀଙ୍କ ତାଲିକାରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶା ଉପରେ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ରହିଛନ୍ତି। ଏବେ ଯେଉଁଭଳି ଢଙ୍ଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବର୍ଷ ଶେଷ ବେଳକୁ ଦେଶବ୍ୟାପୀ ଏହି ତାଲିକାରେ ଓଡ଼ିଶା ଆହୁରି ଉପରକୁ ଉଠିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button