ଜାତୀୟରାଜନୀତି

ଛତିଶଗଡ଼ରେ ବଢିବ ବିଜେପିର ଭୋଟ୍ ଶେୟାର

ଛତିଶଗଡ଼ରେ ବିଜେପିର ବଢ଼ୁଛି ଦବଦବା । ଆସନ୍ତା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଭୋଟ୍ ଶେୟାର ବଢ଼ିବ । ସି-ଭୋଟର ସର୍ଭେ ମୁତାବକ, ୨୦୧୮ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟ୍ ହାର ଠାରୁ ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ରାଜ୍ୟରେ କଂଗ୍ରେସର ମଧ୍ୟ ଭୋଟିଂ ଶେୟାର ଗ୍ରାଫ୍ ବଢ଼ିବ ନେଇ ଆକଳନ କରିଛି ସି-ଭୋଟର ।

ଯାହାଫଳରେ ବିଜେପିକୁ କିଛି ସ୍ଥାନରେ ଆସନ ହରାଇବାକୁ ପଡ଼ିବ । ଇଣ୍ଡିଆ ଟୁଡେ’ ମୁତାବକ, ବିଜେପି ଓ କଂଗ୍ରେସ ଅନ୍ୟ ଦଳମାନଙ୍କ ଭୋଟକୁ କବଜା କରିବାର ସମ୍ଭାବନା ରହିଛି ।

ଛଡ଼ିଶଗଡ଼ରେ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିଲା । ୯୦ ଆସନ ବିଶିଷ୍ଟ ବିଧାନସଭା କ୍ଷେତ୍ରରେ ୬୮ ସିଟ୍ କଂଗ୍ରେସ ବିଜୟ ଲାଭ କରିଥିଲା ଏବଂ ୧୫ ବର୍ଷ ପରେ ଶାସନ ବ୍ୟବସ୍ଥାକୁ ଫେରିଥିଲା । ଗତ ନିର୍ବାଚନରେ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩୩ ପ୍ରତିଶତ ଭୋଟ୍ ମିଳିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button