ଓଡ଼ିଶାପର୍ଯ୍ୟଟନ

ଆସନ୍ତା ୨୦ରୁ କଟକରେ ଆଦିବାସୀ ମେଳା

କଟକ : ଆସନ୍ତା ୨୦ତାରିଖରୁ କଟକ ଜିଲ୍ଲା ପଡିଆରେ ଆରମ୍ଭ ହେଵ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ତରଫରୁ ଏହି ମେଳାର ଆୟୋଜନ କରାଯିଵ। ଆସନ୍ତା ୨୦- ୩୦ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିଵ ଵୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ ସୂଚନା ଦେଇଛି ।

ମେଳାରେ ଆଦିବାସୀ କଳାକୃତି, ହସ୍ତଶିଳ୍ପ ଓ ଖାଦ୍ୟପେୟ କୁ ନେଇ ୧୨୦ ରୁ ୧୪୦ଟି ଷ୍ଟଲ ଖୋଲିଵ । ରାଜ୍ୟର ୧୧ଟି ଜିଲ୍ଲା ଓ ଦେଶର ୧୬ଟି ରାଜ୍ୟର ଜନଜାତି ସେମାନଙ୍କର କଳାକୃତି ଓ ହସ୍ତକଳାକୁ ଏହି ମେଳାରେ ଵିକ୍ରି କରିଵେ ଵୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button