ଜାତୀୟପର୍ଯ୍ୟଟନ

କୁତବ ମୀନାର ପରିସରରେ ହେବ ଖନନ ସହ ଆଇକନୋଗ୍ରାଫି

ନୂଆଦିଲ୍ଲୀ : ଦିଲ୍ଲୀ କୁତବମିନାର କୁ ନେଇ ବହୁ ବାଦ ବିବାଦ ଲାଗିରହିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗକୁ ନିର୍ଦ୍ଦେଶ ଦେଇଛି ଯେ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବା ସହିତ ଆଇକନୋଗ୍ରାଫି କର ।ଏହା ସହ ଖନନ ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବାକୁ କୁହାଯାଇଛି।

ଏକ ରିପୋର୍ଟକୁ ଆଧାର କରି  ସଂସ୍କୃତି ସଚିବ ଗୋବିନ୍ଦ ମହାନ ଅଧିକାରୀମାନଙ୍କ ସହ ମିଶି କୁତବ ମୀନାର ସ୍ଥଳ ଗସ୍ତ କରିଥିଲେ। ୩ ଜଣ ଐତିହାସିକ, ୪ ଜଣ ଏଏସ୍‌ଆଇଏ ଅଫିସର ଓ ଗବେଷକଙ୍କ ସହ ମିଶି କୁତବ ମୀନାର ପରିସର ଭଲଭାବରେ ନିରୀକ୍ଷଣ କରିବା ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ସଚିବ। ଏଣୁ ମୀନାରର ଦକ୍ଷିଣ ଭାଗରେ ମସ୍‌ଜିଦ୍‌କୁ ୧୫ ମିଟର ଦୂରରେ ଖନନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

କୁତବ ମୀନାର ନିର୍ମାଣକୁ ନେଇ ଏଏସ୍ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ।ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ ବୋଲି ସେ ଦାବି କରିଥିଲେ। ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ(VHP) ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତମବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ।

 ୧୯୯୯ରୁ କୁତବ ମୀନାର ପରିସରର ଖନନ ହୋଇନାହିଁ କି ଗବେଷଣା ହୋଇନାହିଁ। ଏଣୁ ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ବୋଲି ASI ସୂଚନା ଦେଇଛି। ତେବେ କୁତବ ମୀନାର ସହିତ ଦିଲ୍ଲୀ ଲାଲ୍‌କଟ ଫର୍ଟ ଓ ମେହେରୁଲୀର ଅନଙ୍ଗତାଲରେ ମଧ୍ୟ ଖନନ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button