ଓଡ଼ିଶାଦୈତ୍ୟ ନଗରୀ

ରାଜଧାନୀକୁ ପୁଣି ଡେଙ୍ଗୁ ଭୟ: ୱାର୍ଡରୁ ୱାର୍ଡ ବ୍ୟାପୁଛି

ଭୁବନେଶ୍ୱର: ରାଜଧାନୀକୁ ପୁଣି ଡେଙ୍ଗୁ ଭୟ । ୱାର୍ଡରୁ ୱାର୍ଡ ବ୍ୟାପୁଛି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ସ୍ଥିତି ଅନୁଧ୍ୟାନ କରିଛନ୍ତି ମେୟର ସୁଲୋଚନା ଦାସ । କ୍ୟାପିଟାଲ ହସପିଟାଲର ଡେଙ୍ଗୁ ୱାର୍ଡ ପରିଦର୍ଶନ କରିଛନ୍ତି । ଏହାସହ ରୋଗୀ ଓ କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । କେମିତି ଚାଲିଛି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ସେନେଇ ଆଲୋଚନା କରିଛନ୍ତି ମେୟର ।

 ତେବେ ନୟାପଲ୍ଲୀରେ ରୋଗୀ ସଂଖ୍ୟା ସର୍ବାଧିକ। ବଢୁଥିବା ଡେଙ୍ଗୁ ସଂକ୍ରମଣର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଡେଙ୍ଗୁ ପ୍ରବଣ ୱାର୍ଡ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାସ । ପରିମଳ ମୁକାବିଲା ପାଇଁ କମିଶନର ଏମସିସି ଓ ଟିଟିଏସ ବୁଲିଛନ୍ତି । ସଚେତନତା ପାଇଁ ମୋ ୱାର୍ଡ ମିଟିଂ କରାଯିବ । ପ୍ରତି ୱାର୍ଡରେ ଏକ ପ୍ରତ୍ୟେକ୍ଷ ତଦାରଖ କମିଟି ଗଠନ ହେବ ।

ଏହି କମିଟି ୱାର୍ଡର ବିଭିନ୍ନ ସ୍ଥାନ ବିଶେଷ କରି ଅବ୍ୟବହୃତ ପାତ୍ର, ଟାୟାର ମରାମତି ଦୋକାନ, ଆଜବେଷ୍ଟସ ଓ ଛାତ ଉପରେ ଥିବା ଫୁଲକୁଣ୍ଡ ଓ ପାଣି ପାତ୍ର ଆଗି ସ୍ଥାନକୁ ଚିହ୍ନଟ କରିବ । ସେଗୁଡିକୁ ନଷ୍ଟ କରିବା କରିବା ସହ ମଶା ପ୍ରଜନନ ସ୍ଥାନରେ ମଶା ଲାର୍ଭା ନାଶକ ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଷ ସମସ୍ତ ସଫେଇ ଏଜେନ୍ସିକୁ ଘାସ କାଟିବାକୁ ଦିଆଯଇଛି ନିର୍ଦ୍ଦେଶ ।

Related Articles

Leave a Reply

Your email address will not be published. Required fields are marked *

Back to top button