ଅପରାଧଓଡ଼ିଶାପର୍ଯ୍ୟଟନ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା : ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣାରେ ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ । ପର୍ଯ୍ୟଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୋଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ଗତକାଲି ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ୟଟକ । ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ । ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button