Youthରାଜ୍ୟ

ହତାଶ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ନଡ୍ଡା’ : ସସ୍ମିତ ପାତ୍ର

ଭୁବନେଶ୍ୱର: କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭାଷଣ ନୈରାଶ୍ୟଜନକ ଓ ଏହା କେବଳ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ଉର୍ଦ୍ଦେଶ୍ୟରେ ଥିଲା । ରାଜ୍ୟରେ ବିଜେପିର ସ୍ଥିତି ଦେଖି ହତୋତ୍ସାହିତ ହୋଇଛନ୍ତି ବିଜେପି ନେତା । ବିଭିନ୍ନ ଉପନିର୍ବାଚନର ଫଳାଫଳ ସହ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଶୋଚନୀୟ ସ୍ଥିତି ଦେଖି ନିରୁତ୍ସାହିତ ଥିବା ବିଜେପି ନେତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ କରିବା ଅବସରରେ ବିଜେଡି ସରକାରକୁ ଯେଭଳି ଭାବେ ଟାର୍ଗେଟ କରିଥିଲେ ତାହାର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ କାହିଁକି ବନ୍ଦ ହେଲା ବୋଲି ବିଜେପି ସରକାର ଉତ୍ତର ଦେବା କଥା ବୋଲି ସସ୍ମିତ ପାତ୍ର କହିଛନ୍ତି । ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରି ଥିବା ବେଳେ ଏହାର ଜବାବ ଦେଇଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି କି କେନ୍ଦ୍ର ରାଜ୍ୟକୁ ଦେଇଥିବା ୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ଏବେ ବନ୍ଦ ହୋଇଯାଇଛି । ଏହାକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କାହା କଥାରେ କେନ୍ଦ୍ର ସରକାର ଏହି ୭ଲକ୍ଷ ଗୃହକୁ ବନ୍ଦ କରିଲା ତାହା ସେ ପ୍ରଶ୍ନ କରିଛନ୍ତି । ଏନେଇ ଓଡିଶା ବିରୋଧରେ ଓଡିଶା ବିଜେପି ଦିଲ୍ଲୀରେ ଷଡଯନ୍ତ୍ର କରୁଥିବା କଥା ସେ ଅଭିଯୋଗ ଆଣିଛନ୍ତି ।
ରାଜ୍ୟ ବିଜେପି ନେତା ବିଏସକେଓ୍ବାଇରେ ରାଜ୍ୟବାସୀଙ୍କୁ ମିଳୁଥିବା ସୁବିଧା ଓ ବ୍ୟବସ୍ଥା ବିଷୟରେ ଜେପି ନଡ୍ଡାଙ୍କୁ ବୁଝାଇବା କଥା । ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି । ଯାହା ଆୟୁଷ୍ମାନ ଯୋଜନା ଠାରୁ ଦୁଇଗୁଣା ବୋଲି ସସ୍ମିତ ପାତ୍ର କହିଛନ୍ତି । ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି । ତେଣୁ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । କାରଣ ରାଜ୍ୟର ସାଢେ ୪ କୋଟି ଜନତା ଜାଣିଛନ୍ତି ଯେ ନବୀନ ବାବୁ ସେମାନଙ୍କର ସେବା ପାଇଁ ଅଙ୍ଗିକାରବଦ୍ଧ । ରାଜ୍ୟବାସୀମାନେ ବୁଝିଛନ୍ତି ଯେ ବିଜୁ ଜନତା ଦଳ ରାଜ୍ୟରେ ଶାସନ ନୁହେଁ ବରଂ ସେବା କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button